ଯିହୋବାଙ୍କ ମାର୍ଗରେ ଚାଲିବା—ଆମର ସଙ୍କଳ୍ପ
“ଐଶ୍ୱରିକ ଜୀବନର ମାର୍ଗ,” ଏହି ଅଧିବେଶନର ମୁଖ୍ୟାଂଶ ଥିଲା, ଏହା ଅନ୍ତିମ ଭାଷଣରେ କରାଯାଇଥିବା ରେଜୋଲ୍ୟୁଶନ । ଏହା ଏକ ଘୋଷଣାର ସହିତ ଆରମ୍ଭ ହୋଇଥିଲା: “ଆମେ . . . ହୃଦୟସହକାରେ ଏକମତ ଯେ, ପରମେଶ୍ୱରଙ୍କ ମାର୍ଗ ହିଁ ଆମ ଜୀବନର ସବୁଠାରୁ ଉତ୍କୃଷ୍ଟତମ ମାର୍ଗ ।” ଯେଉଁ ରେଜୋଲ୍ୟୁଶନ ନିମିତ୍ତ ଆମେ ସମସ୍ତେ “ହଁ” ବୋଲି କହିଥିଲୁ, ତାହାର ମୁଖ୍ୟ ଅଂଶକୁ ପୁଣି ଥରେ ମନେ ପକାନ୍ତୁ ।
୨ ଆମର ସଙ୍କଳ୍ପ ଯେ ଆମେ ଯିହୋବାଙ୍କ ସମ୍ମୁଖରେ ସୁଦ୍ଧ ରହିବୁ ଏବଂ ସଂସାରରୁ ନିସ୍କଳଙ୍କ ରହିବୁ । ଆମେ ଭବିଷ୍ୟତରେ ମଧ୍ୟ ଆମ ଜୀବନରେ ସର୍ବ ପ୍ରଥମେ ପରମେଶ୍ୱରଙ୍କ ଇଚ୍ଛା ପୁରଣ କରିବୁ । ତାଙ୍କର ବାକ୍ୟ ବାଇବଲକୁ ଆମର ନିର୍ଦେଶକରୂପେ ବ୍ୟବହାର କଲେ ଆମେ ଦକ୍ଷିଣ କିମ୍ବା ବାମକୁ ବିଚଳିତ ହେବୁ ନାହିଁ । ଏହିପରି, ସାଂସାରିକ ମାର୍ଗଠାରୁ ପରମେଶ୍ୱରଙ୍କ ମାର୍ଗ ଅଧିକ ଉତ୍ତମ ବୋଲି ଆମେ ପ୍ରମାଣ କରିବୁ ।
୩ ସାଧାରଣତଃ ସଂସାରର ଲୋକମାନେ ଐଶ୍ୱରିକ ଜୀବନର ମାର୍ଗକୁ ଉପେକ୍ଷା କରନ୍ତି, ତେଣୁ ସେମାନେ ତାହାର ପରିଣାମ ଭୋଗନ୍ତି । (ଯିରି. ୧୦:୨୩) ସେଥିପାଇଁ ଆମେ ଆମର ମହାନ ନିର୍ଦେଶକ ଯିହୋବାଙ୍କଠାରୁ ସର୍ବଦା ଶିକ୍ଷା ପାଇବା ଉଚିତ୍ । ସେ କହନ୍ତି: “ଏହା ହିଁ ପଥ, ଏଥିରେ ତୁମ୍ଭେମାନେ ଗମନ କର ।” (ଯିଶା. ୩୦:୨୧) ବାଇବଲରେ ଉଲ୍ଲେଖିତ ଯିହୋବାଙ୍କ ମାର୍ଗ ସବୁ ବିଷୟରେ ଉତ୍କୃଷ୍ଟତମ । ଏହି ମାର୍ଗରେ ଚାଲିବା ପାଇଁ ଯିହୋବା ଆମକୁ ଯାହା ଶିକ୍ଷା ଦେଉଅଛନ୍ତି, ସେଥିରୁ ସମ୍ପୂର୍ଣ୍ଣ ଲାଭ ଉଠାଇବା ଆବଶ୍ୟକ ।
୪ ଯିହୋବାଙ୍କ ଶିକ୍ଷାର ସର୍ବୋତ୍କୃଷ୍ଟ କାର୍ଯ୍ୟକ୍ରମ: ଯିହୋବା ଆମ ଜୀବନର ପ୍ରକୃତ ଉଦେଶ୍ୟ ଏବଂ ସର୍ବୋତ୍ତମଭାବେ ଜୀବନକୁ କିଭଳି ପରିଚାଳିତ କରିହେବ, ତାହା ଆମକୁ ଶିଖାନ୍ତି । ଆମେ ଆମ ଜୀବନର ମାନସିକ, ନୈତିକ ଓ ଆଧ୍ୟାତ୍ମିକ ସ୍ତର କିଭଳିଭାବେ ଉନ୍ନତ୍ତ କରିପାରିବା, ତାହା ସେ ଶିକ୍ଷା ଦିଅନ୍ତି । ଆମର ଭାଇ-ଭଉଣୀ, ଆମର ପରିବାର ଓ ଆମର ସହମାନବଙ୍କ ସହିତ କିଭଳିଭାବେ ଆମେ ଶାନ୍ତିରେ ବସବାସ କରିପାରିବା, ତାହା ମଧ୍ୟ ସେ ଶିକ୍ଷା ଦିଅନ୍ତି । ଏହି ସବୁ କାର୍ଯ୍ୟ ସେ ତାଙ୍କର ପାଠ୍ୟ-ପୁସ୍ତକ, ବାଇବଲ ଓ ସଙ୍ଗଠନ ମାଧ୍ୟମରେ କରନ୍ତି ।
୫ ଏହି ସମ୍ବନ୍ଧରେ ଆମର ମଣ୍ଡଳୀର ସଭା ଅତ୍ୟଧିକ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ଆମେ ନିୟମିତରୂପେ ପାଞ୍ଚୋଟି ସଭାରେ ଉପସ୍ଥିତ ହେଉ ଓ ଭାଗ ନେଉ, ସେତେବେଳେ ଆମେ ସୁସମାଚାରର ସେବକରୂପେ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ଏବଂ ଖ୍ରୀଷ୍ଟୀୟ ଜୀବନ ଅତିବାହିତ କରିବା ପାଇଁ ଉତ୍ତମ ଶିକ୍ଷା ପାଉ । (୨ ତୀମ. ୩:୧୬, ୧୭) ଅଧିକନ୍ତୁ, ଆମର ମହାନ ନିର୍ଦେଶକ ଆମକୁ ସମ୍ମେଳନ ଓ ଅଧିବେଶନ ଦ୍ୱାରା ଈଶତନ୍ତ୍ରୀୟ ଶିକ୍ଷା ଦିଅନ୍ତି । ଆମର ଲକ୍ଷ ହେବା ଉତିତ୍ ଯେ, ଯଦି ଆମର ସ୍ୱାଥ୍ୟ ଓ ପରିସ୍ଥିତି ସଭାରେ ଉପସ୍ଥିତ ହେବାକୁ ଅନୁମତି ଦିଏ, ତେବେ ଆମେ ପ୍ରତ୍ୟେକ ସଭା କିମ୍ବା ସେଶନରେ ଉପସ୍ଥିତ ହେବାକୁ ଚେଷ୍ଟା କରିବା ।
୬ ଆମେ ଭବିଷ୍ୟତରେ ମଧ୍ୟ ଯତ୍ନର ସହିତ ଐଶ୍ୱରିକ ଜୀବନର ମାର୍ଗରେ ଚାଲିବା ନିମିତ ଚେଷ୍ଟା କରିବା । ତାହା ଦ୍ୱାରା ଯିହୋବାଙ୍କ ସ୍ତୁତି ହେବ ଓ ଆମକୁ ଅନନ୍ତକାଳ ପର୍ଯ୍ୟନ୍ତ ଆଶୀର୍ବାଦ ମିଳିବ।—ଯିଶା. ୪୮:୧୭.