ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • CO-pgm24 ପୃଷ୍ଠା ୭-୮
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
  • ୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
  • ପ୍ରାୟ ସମାନ ଲେଖା
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୩ ଅଧିବେଶନର କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ଆଞ୍ଚଳିକ ଅଧିବେଶନ ୨୦୨୦ ପାଇଁ କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୫ ଅଧିବେଶନର କାର୍ଯ୍ୟକ୍ରମ
  • ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା
    ୨୦୨୬ ଅଧିବେଶନର କାର୍ଯ୍ୟକ୍ରମ
ଆହୁରି ଦେଖନ୍ତୁ
୨୦୨୪ ଅଧିବେଶନର କାର୍ଯ୍ୟକ୍ରମ
CO-pgm24 ପୃଷ୍ଠା ୭-୮

ଉପସ୍ଥିତ ସମସ୍ତଙ୍କ ପାଇଁ ସୂଚନା

ପରିଚାରକ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପରିଚାରକମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଗାଡ଼ି ରଖିବା, ଭିଡ଼କୁ ନିୟନ୍ତ୍ରଣ କରିବା, ବସିବା ପାଇଁ ଜାଗା ରଖିବା ଓ ଅନ୍ୟ ବିଷୟଗୁଡ଼ିକରେ ସେମାନଙ୍କ ନିର୍ଦ୍ଦେଶକୁ ଦୟାପୂର୍ବକ ପାଳନ କରି ତାଙ୍କୁ ସମ୍ପୂର୍ଣ୍ଣ ରୂପେ ସହଯୋଗ କରନ୍ତୁ ।

ବାପ୍ତିସ୍ମ ବାପ୍ତିସ୍ମ ପ୍ରାର୍ଥୀମାନଙ୍କ ପାଇଁ ଷ୍ଟେଜ୍‌ର ସାମନାରେ ସିଟ୍‌ଗୁଡ଼ିକ ରଖାଯିବ । ଯଦି ସେମାନଙ୍କ ବସିବାର ଅନ୍ୟ କୌଣସି ବ୍ୟବସ୍ଥା ଥାଏ, ତେବେ ସେବିଷୟରେ ଜଣାଇ ଦିଆଯିବ । ଶନିବାର ସକାଳେ ବାପ୍ତିସ୍ମର ଭାଷଣ ଆରମ୍ଭ ହେବା ପୂର୍ବରୁ ବାପ୍ତିସ୍ମ ପ୍ରାର୍ଥୀମାନଙ୍କୁ ସେଠାରେ ଆସି ବସିବା ଉଚିତ୍‌ । ପ୍ରତ୍ୟେକଙ୍କୁ ନିଜ ନିଜ ଗାମୁଛା ଏବଂ ଉପଯୁକ୍ତ ପୋଷାକ ଆଣିବା ଉଚିତ୍‌ ।

ଦାନ ଅଧିବେଶନରେ ବସିବା ପାଇଁ ଭଲ ବ୍ୟବସ୍ଥା, ସାଉଣ୍ଡ୍‌ ସିଷ୍ଟମ୍‌ ଓ ଅନ୍ୟ ସୁବିଧାଗୁଡ଼ିକ ପାଇଁ ଯଥେଷ୍ଟ ଖର୍ଚ୍ଚ କରାଯାଇଛି, ଯାହାଦ୍ୱାରା ସମସ୍ତେ ଅଧିବେଶନର ସମ୍ପୂର୍ଣ୍ଣ ଆନନ୍ଦ ନେଇପାରିବେ ଏବଂ ଯିହୋବାଙ୍କ ନିକଟବର୍ତ୍ତୀ ହୋଇପାରିବେ । ଏହି ଖର୍ଚ୍ଚକୁ ଭରଣ କରିବା ଏବଂ ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ସ୍ୱେଚ୍ଛାଦାନରୁ ସାହାଯ୍ୟ ମିଳେ । ଆପଣଙ୍କ ସୁବିଧା ପାଇଁ ଅଧିବେଶନରେ ଅନେକ ଜାଗାରେ ଦାନ ବାକ୍ସଗୁଡ଼ିକ ରଖାଯାଇଛି । କିନ୍ତୁ ଯଦି ସମ୍ଭବ, ତେବେ ଆପଣ donate.jw.orgରେ ଯାଇ ଅନଲାଇନ୍‌ ଦାନ କରନ୍ତୁ । ଆପଣ ଯେଉଁ ଦାନ ଦିଅନ୍ତି, ସେଥିପାଇଁ ଆମେ ହୃଦୟର ସହିତ ଧନ୍ୟବାଦ ଜଣାଉଛୁ । ବିଶ୍ୱବ୍ୟାପୀ କାମକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଉଦାରପୂର୍ଣ୍ଣ ସାହାଯ୍ୟ ପାଇଁ ପ୍ରଶାସନ ଦଳ ଆପଣଙ୍କଠାରେ କୃତଜ୍ଞ ।

ପ୍ରାଥମିକ ଚିକିତ୍ସା ଦୟାକରି ମନେ ରଖନ୍ତୁ ଯେ ଏହି ସେବା କେବଳ ଅତି ଜରୁରୀକାଳୀନ ପରିସ୍ଥିତିରେ ହିଁ ଉପଲବ୍‌ଧ କରାଯାଏ ।

ହଜିଥିବା ଓ ମିଳିଥିବା ବିଭାଗ ଯଦି ଅନ୍ୟର କୌଣସି ହଜିଥିବା ଜିନିଷ ଆପଣଙ୍କୁ ମିଳେ, ତେବେ ଏହି ବିଭାଗରେ ଜମା କରନ୍ତୁ । ଯଦି ଆପଣଙ୍କ ଜିନିଷ ହଜିଯାଇଛି, ତେବେ ଏହି ବିଭାଗକୁ ଯାଇ ପଚାରନ୍ତୁ । ଯଦି କୌଣସି ଛୋଟ ପିଲା ନିଜ ବାପାମାଆଙ୍କଠାରୁ ଅଲଗା ହୋଇଯାଇଛନ୍ତି, ଏହି ବିଭାଗରେ ଜଣାନ୍ତୁ । ଦୟାକରି ନିଜ ପିଲାମାନଙ୍କ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ସେମାନଙ୍କୁ ସବୁବେଳେ ନିଜ ସହିତ ରଖନ୍ତୁ, ଯାହାଫଳରେ କାହାରିକୁ ଅଯଥା ଅସୁବିଧା ହେବ ନାହିଁ ।

ବସିବା ପାଇଁ ବ୍ୟବସ୍ଥା ଦୟାକରି ଅନ୍ୟମାନଙ୍କ ସୁବିଧା ପ୍ରତି ଧ୍ୟାନ ଦିଅନ୍ତୁ । ମନେ ରଖନ୍ତୁ, ଯେଉଁମାନେ ଆପଣଙ୍କ ସହିତ ଗୋଟିଏ ଗାଡ଼ିରେ ଆସିଛନ୍ତି, ଗୋଟିଏ ଘରେ ରହୁଛନ୍ତି ଏବଂ ଯେଉଁମାନଙ୍କ ବାଇବଲ ଅଧ୍ୟୟନ ଆପଣ କରନ୍ତି, କେବଳ ସେମାନଙ୍କ ପାଇଁ ଜାଗା ରଖିପାରିବେ । ଯେଉଁ ବସିବା ଜାଗା ଆପଣ ରଖି ନାହାନ୍ତି, ଦୟାପୂର୍ବକ ତା’ ଉପରେ ଆପଣଙ୍କ ଜିନିଷ ରଖନ୍ତୁ ନାହିଁ ।

ସ୍ୱେଚ୍ଛାସେବା ଯଦି ଆପଣ ଅଧିବେଶନର କୌଣସି କାମରେ ସାହାଯ୍ୟ କରିବାକୁ ଚାହାନ୍ତି, ତେବେ ସୂଚନା ଓ ସ୍ୱେଚ୍ଛାସେବା ବିଭାଗ ସହିତ ସମ୍ପର୍କ କରନ୍ତୁ ।

ଏହାର ବ୍ୟବସ୍ଥା ଯିହୋବାଙ୍କ ସାକ୍ଷୀମାନଙ୍କ ପ୍ରଶାସନ ଦଳ କରିଛି

© 2024 Watch Tower Bible and Tract Society of Pennsylvania

ବିଶେଷ ସଭା

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ

ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲର ଲାଇବ୍ରେରୀରେ ସ୍କୁଲର ଜଣେ ଶିକ୍ଷକ ଏବଂ ଦମ୍ପତି ଜଣକ ଟାବଲେଟ୍‌ରୁ ବାଇବଲର ଗୋଟିଏ ବିଷୟ ଉପରେ ଚର୍ଚ୍ଚା କରୁଛନ୍ତି । ଅନ୍ୟ ବିଦ୍ୟାର୍ଥୀମାନେ ଅଧ୍ୟୟନ କରୁଛନ୍ତି ।

ଯେଉଁ ଭାଇଭଉଣୀମାନେ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିପାରିବେ, ସେମାନଙ୍କୁ ରବିବାର ଅପରାହ୍ନରେ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲ’ (SKE) ଉଦ୍ଦେଶ୍ୟରେ ରଖାଯାଇଥିବା ସଭାକୁ ନିମନ୍ତ୍ରଣ କରାଯାଉଛି । ଏହି ସଭାର ନିର୍ଦ୍ଦିଷ୍ଟ ସମୟ ଓ ସ୍ଥାନ ଆଗରୁ ଘୋଷଣା କରାଯିବ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ