ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • th ପୃଷ୍ଠା ୩
  • ପ୍ରଶାସନ ଦଳଠାରୁ ଚିଠି

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରଶାସନ ଦଳଠାରୁ ଚିଠି
  • ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
ପଢ଼ିବା ଓ ଶିଖାଇବାରେ ନିଜ ଦକ୍ଷତା ବଢ଼ାନ୍ତୁ
th ପୃଷ୍ଠା ୩

ପ୍ରଶାସନ ଦଳଠାରୁ ଚିଠି

‘ତୁମ୍ଭେମାନେ ଶିକ୍ଷକ ହେବା ଉଚିତ୍‌ ।’ (ଏବ୍ରୀ ୫:୧୨) ଟିକେ କଳ୍ପନା କରନ୍ତୁ ! ସାରା ବିଶ୍ୱର ସବୁଠୁ ଉତ୍ତମ ଶିକ୍ଷକ ଯିହୋବା ଆମକୁ କହନ୍ତି ଯେ ଆମେ ତାହାଙ୍କ ବିଷୟରେ ଅନ୍ୟମାନଙ୍କୁ ଶିଖାଉ ! ଆମ ପରିବାରରେ, ମଣ୍ଡଳୀରେ କିମ୍ବା ପ୍ରଚାର ସେବାରେ ଯିହୋବାଙ୍କ ବିଷୟରେ ସତ୍ୟ ଶିଖାଇବା ପାଇଁ ଆମକୁ ଯାହା ମଧ୍ୟ ଦାୟିତ୍ୱ ମିଳେ, ତାହା ଆମ ପାଇଁ ଏକ ବହୁମୂଲ୍ୟ ସମ୍ମାନ ଏବଂ ଏକ ଗୁରୁ ଦାୟିତ୍ୱ । ଏହା ଆମେ ସଫଳତାପୂର୍ବକ କିପରି କରିପାରିବା ?

ଏହାର ଉତ୍ତର ପ୍ରେରିତ ପାଉଲ ତୀମଥିଙ୍କୁ ଲେଖିଥିବା ଚିଠିରେ ମିଳେ: “ଶାସ୍ତ୍ରପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର ।” ପାଉଲ ଆଗକୁ କହିଲେ: “ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।” (୧ ତୀମ. ୪:୧୩, ୧୬) ଆପଣ ଏପରି ବାର୍ତ୍ତା ଜାଣିଛନ୍ତି, ଯାହାଦ୍ୱାରା ଲୋକମାନଙ୍କର ଜୀବନ ରକ୍ଷା ହୋଇଥାଏ । ତେଣୁ ଆପଣ ପଢ଼ିବା ଓ ଶିଖାଇବାରେ ଉନ୍ନତି ଆଣିବା ପାଇଁ ପରିଶ୍ରମ କରିବା ଅତି ଜରୁରୀ । ଏପରି କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଏ ପୁସ୍ତିକାକୁ ପ୍ରସ୍ତୁତ କରାଯାଇଛି । ଏହାର କିଛି ବିଶେଷତା ପ୍ରତି ଧ୍ୟାନ ଦିଅନ୍ତୁ:

ବାଇବଲ ପଦ

ପ୍ରତ୍ୟେକ ପୃଷ୍ଠାରେ ଏକ ବାଇବଲ ପଦ ଦିଆଯାଇଛି । ଏହା ସେଠାକାର ବିଷୟ ସହ ଜଡ଼ିତ ବାଇବଲ ସିଦ୍ଧାନ୍ତ ଅଟେ କିମ୍ବା ସେହି ବିଷୟ ଉପରେ ଆଧାରିତ ବାଇବଲର ଏକ ଉଦାହରଣ ଅଟେ

ବ୍ୟବହାରିକ ପରାମର୍ଶ

ନିର୍ଦ୍ଦିଷ୍ଟ ଦକ୍ଷତା ବଢ଼ାଇବାର ଯେଉଁ ମୁଖ୍ୟ ଉପାୟଗୁଡ଼ିକ ଉପରେ ଆଲୋଚନା କରାଯାଇଛି, ତାʼ ସହ ଜଡ଼ିତ ବ୍ୟବହାରିକ ପରାମର୍ଶ

ପ୍ରଚାର ସେବାରେ

ଏପରି ପରାମର୍ଶ ଯାହା ବିଶେଷ କରି ପ୍ରଚାର ସେବାରେ ଲାଗୁ ହୁଏ । କିନ୍ତୁ ଅନ୍ୟ ଉପାୟଗୁଡ଼ିକ ଉଭୟ ପ୍ରଚାର ସେବା ଓ ଷ୍ଟେଜ୍‌ରୁ ଶିଖାଇବା କ୍ଷେତ୍ରରେ ଲାଗୁ ହୋଇଥାଏ ।

ଯିହୋବା “ମହାନ ଉପଦେଶକ” ଅଟନ୍ତି । (ଯିଶା. ୩୦:୨୦, NW) ଏହି ପୁସ୍ତିକା ଯେ ଆପଣଙ୍କୁ ନିଜ ପଢ଼ିବା ଓ ଶିଖାଇବାର ଦକ୍ଷତାକୁ ବଢ଼ାଇବାରେ ସାହାଯ୍ୟ କରିବ ତାହା ସତ, କିନ୍ତୁ କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ଯିହୋବା ହିଁ ଆମ ବାର୍ତ୍ତାର ସ୍ରୋତ ଅଟନ୍ତି ଏବଂ ସେ ହିଁ ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷଣ କରନ୍ତି । (ଯୋହ. ୬:୪୪) ତେଣୁ ପବିତ୍ର ଶକ୍ତି ପାଇଁ ବାରମ୍ବାର ପ୍ରାର୍ଥନା କରନ୍ତୁ । ଈଶ୍ୱରଙ୍କ ବାକ୍ୟକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ । ଲୋକଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିବା ପରିବର୍ତ୍ତେ, ସେମାନଙ୍କ ଧ୍ୟାନ ଯିହୋବାଙ୍କ ଉପରେ କେନ୍ଦ୍ରିତ କରନ୍ତୁ । ଆପଣଙ୍କ ଶ୍ରୋତାମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ଗଭୀର ପ୍ରେମ ବଢ଼ାଇବାରେ ପ୍ରୟାସ କରନ୍ତୁ ।

ଆପଣଙ୍କୁ ଏପରି ବାର୍ତ୍ତା ଶିଖାଇବା ପାଇଁ ଆହ୍ୱାନ କରାଯାଇଛି, ଯାହା ମାନବଜାତିକୁ ଏପର୍ଯ୍ୟନ୍ତ ମିଳିଥିବା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ଅଟେ । ଆମ ଦୃଢ଼ ବିଶ୍ୱାସ ଯେ ଯଦି ଆପଣ “ଈଶ୍ୱରଙ୍କଠାରୁ ଶକ୍ତିପ୍ରାପ୍ତ ଲୋକ ପରି” ସେବା କରିବେ, ତେବେ ଆପଣ ନିଶ୍ଚୟ ସଫଳ ହେବେ ।—୧ ପିତ. ୪:୧୧.

ଆପଣଙ୍କ ସହଶିକ୍ଷକ,

ଯିହୋବାଙ୍କ ସାକ୍ଷୀମାନଙ୍କର ପ୍ରଶାସନ ଦଳ

ଜଣେ ଭାଇ ଭାଷଣ ଦେଉଛନ୍ତି; ଜଣେ ଭଉଣୀ ପ୍ରଚାର କରୁଛନ୍ତି; ଜଣେ ଭାଇ କାମ ଜାଗାରେ ସାକ୍ଷ୍ୟ ଦେଉଛନ୍ତି; ଜଣେ କିଶୋରୀ କ୍ଲାସ୍‌ରେ ସାକ୍ଷ୍ୟ ଦେଉଛନ୍ତି
    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ