ଗୀତ ୬୮
ରାଜ୍ୟର ବୀଜ ବୁଣିବା
(ମାଥିଉ ୧୩:୪-୮)
୧. ପ୍ରଭୁ ଦେଉଛନ୍ତି ଡାକରା,
କରିବାକୁ ତାଙ୍କ କାମ ।
ରାଜ୍ୟର ବୀଜ ବୁଣିବାରେ,
ସେ ନିକଟ ସଦା ଆମ ।
ତାଙ୍କରି ହୃଦେ ଏ ବଢ଼େ ବୀଜ ।
ଯାହାର ମନ ସଚ୍ଚୋଟ ।
ଦେବା ଏ କାମେ ପୂରା ମନପ୍ରାଣ,
ଆମ ଗୁରୁ ଦେଖାନ୍ତି ବାଟ ।
୨. ଯେତେ କରିବା ପରିଶ୍ରମ,
ସେତିକି ହେବା ସଫଳ ।
ଲୋକଙ୍କୁ କରିକି ସାହାଯ୍ୟ,
ମିଳିବ ଆମକୁ ଫଳ ।
ଥିବେ ଯେବେ ସେମାନେ କଷ୍ଟରେ,
ଦେବା ପ୍ରେମରେ ଆଶ୍ରୟ ।
ବଢ଼ିବ ଯେବେ ଏ ସତ୍ୟର ବୀଜ,
ଦେଖି ଖୁସି ହେବ ହୃଦୟ ।
(ମାଥି. ୧୩:୧୯-୨୩; ୨୨:୩୭ ମଧ୍ୟ ଦେଖନ୍ତୁ ।)