ଗୀତ ୫୫
‘ସେମାନଙ୍କୁ ଭୟ କର ନାହିଁ’
(ମାଥିଉ ୧୦:୨୮)
୧. ଖୁସିର ସଂନ୍ଦେଶ ଦେଉ,
ସଭିଁଙ୍କୁ ଯେ ଶୁଣାଉ;
ନା ଡରିବା ଶତ୍ରୁକୁ,
ନା ହଟିବା ପଛକୁ ।
ଯୀଶୁ ଫିଙ୍ଗିଲେ ଶତ୍ରୁକୁ,
ସ୍ୱର୍ଗରୁ ଯେ ତଳକୁ,
ଶୀଘ୍ର ହେବ ନାଶ ତାʼର,
ମୁକ୍ତି ହେବ ଆମର ।
(ଘୋଷା)
ଶୁଣି ଶତ୍ରୁଙ୍କର ଡର,
ଭୟ ଆଉ ନ କର;
ତୁ ମୋ ଆଖିର ପିତୁଳା,
ଛୁଇଁ ପାରେନା କେହି ।
୨. ଶୟତାନ ଚାହେଁ ତାର,
କ୍ଳେଶ ଦିଏ ବାରମ୍ବାର ।
ମିଠା କଥା କହି ସେ
ଧୋକା ଦେଇ ଚାଲେ ସେ ।
ଡରିବାନି, କେବେ ତାକୁ
ତା ନିନ୍ଦା ତାଡ଼ନାକୁ,
ଯେତେ କଷ୍ଟ ଆସିଲେ ବି
ଦେବେ ସର୍ବଦା ଜୟ !
(ଘୋଷା)
ଶୁଣି ଶତ୍ରୁଙ୍କର ଡର,
ଭୟ ଆଉ ନ କର;
ତୁ ମୋ ଆଖିର ପିତୁଳା,
ଛୁଇଁ ପାରେନା କେହି ।
୩. ଜୀବନ ଯୁଦ୍ଧରେ କାଲି,
ମୃତ୍ୟୁ ବି ହୋଇଯାଏ ।
ସ୍ମୃତିରେ ସର୍ବଦା ସେ,
ରଖିବେ ସୁରକ୍ଷିତ ।
ରହିବି ତୁମ ବିଶ୍ୱସ୍ତ,
ଧର ପିତା ମୋ ହସ୍ତ ।
ଲକ୍ଷ୍ୟ ସ୍ଥଳକୁ ସେ ନେବେ,
ସତ୍ୟ ଜୀବନ ଦେବେ ।
(ଘୋଷା)
ଶୁଣି ଶତ୍ରୁଙ୍କର ଡର,
ଭୟ ଆଉ ନ କର;
ତୁ ମୋ ଆଖିର ପିତୁଳା,
ଛୁଇଁ ପାରେନା କେହି ।
(ଦ୍ୱିବି. ୩୨:୧୦; ନିହି. ୪:୧୪; ଗୀତ. ୫୯:୧; ୮୩:୨, ୩ ମଧ୍ୟ ଦେଖନ୍ତୁ ।)