ଗୀତ ୨୨
ତୁମ୍ଭର ରାଜ୍ୟ ଶୀଘ୍ର ଆସୁ !
(ପ୍ରକାଶିତ ବାକ୍ୟ ୧୧:୧୫; ୧୨:୧୦)
୧. ଯିହୋବା, ଅନନ୍ତ ପିତା
ପରମ ପ୍ରଧାନ ।
କରିଲ ଯୀଶୁଙ୍କୁ ରାଜା,
ଥିଲା ତୋ ଆଦେଶ ।
କଲେ ଶାସନ ସ୍ୱର୍ଗରେ,
ହେବେ ଜୟ ପୃଥିବୀରେ ।
(ଘୋଷା)
ଶକ୍ତି, ମୁକ୍ତି, ରାଜ୍ୟ
ପ୍ରକାଶ କଲ ସଭିଁଙ୍କୁ ।
କରୁଛୁ ବିନତି
ଶୀଘ୍ର ତୁମ୍ଭ ରାଜ୍ୟ ଆସୁ !
୨. ଶୟତାନର ସମୟ,
ନାହିଁ ଆମ ହାତେ ।
ରହିଛି ଯେ ଦୁଃଖ କଷ୍ଟ,
ଦେଖୁ ଆମେ ସ୍ପଷ୍ଟ ।
କଲେ ଶାସନ ସ୍ୱର୍ଗରେ,
ହେବେ ଜୟ ପୃଥିବୀରେ ।
(ଘୋଷା)
ଶକ୍ତି, ମୁକ୍ତି, ରାଜ୍ୟ
ପ୍ରକାଶ କଲ ସଭିଁଙ୍କୁ ।
କରୁଛୁ ବିନତି
ଶୀଘ୍ର ତୁମ୍ଭ ରାଜ୍ୟ ଆସୁ !
୩. ଦୂତଗଣ ଖୁସି ଏବେ
ଶତ୍ରୁ ଶୟତାନ୍ରୁ ।
ସ୍ୱର୍ଗରେ ଯେ ଉଲ୍ଲସିତ,
ଶୁଭେ ଜୟଗାନ ।
କଲେ ଶାସନ ସ୍ୱର୍ଗରେ,
ହେବେ ଜୟ ପୃଥିବୀରେ ।
(ଘୋଷା)
ଶକ୍ତି, ମୁକ୍ତି, ରାଜ୍ୟ
ପ୍ରକାଶ କଲ ସଭିଁଙ୍କୁ ।
କରୁଛୁ ବିନତି
ଶୀଘ୍ର ତୁମ୍ଭ ରାଜ୍ୟ ଆସୁ !
(ଦାନି. ୨:୩୪, ୩୫; ୨ କରି. ୪:୧୮ ମଧ୍ୟ ଦେଖନ୍ତୁ ।)