ଗୀତ ୧୯
ପ୍ରଭୁଙ୍କ ସନ୍ଧ୍ୟା ଭୋଜ
(ମାଥିଉ ୨୬:୨୬-୩୦)
୧. ହେ ଯିହୋବା, ସ୍ୱର୍ଗସ୍ଥ ପିତା,
ଆଜି ଏ ପବିତ୍ର ସନ୍ଧ୍ୟା !
ନିସ୍ତାର ପର୍ବର ରାତି ମନେ ପଡ଼େ,
ପ୍ରେମ, ନ୍ୟାୟ, ଶକ୍ତି, ଜ୍ଞାନ ।
ଦେଇଥିଲ ମେଷଶାବକ,
ପ୍ରିୟ ଲୋକେ ହେଲେ ମୁକ୍ତ ।
ଯୀଶୁ ପ୍ରାଣ ଦେଲେ ଓ ମହିମା କଲେ
ଭବିଷ୍ୟ-ବାଣୀ ପୂର୍ଣ୍ଣ କଲେ ।
୨. ଆଜି ଏ ରୁଟି ଦ୍ରାକ୍ଷାରସ
ସ୍ମରଣ କରାଏ ପ୍ରେମ ।
ପୁତ୍ର ଦାନ କରି,
ମୁକ୍ତି ମୂଲ୍ୟ ଦେଇ,
କରିଲ କାମ ମହାନ ।
ହୃଦୟରୁ ମାନୁ ସ୍ମାରକ,
ଏ ସନ୍ଧ୍ୟା ପାଇଁ କୃତଜ୍ଞ,
ପୁତ୍ର ଦାନ କଲ,
ମୁକ୍ତି ରାସ୍ତା ଦେଲ,
ଆମକୁ ଭାବିଲ ଅମୂଲ୍ୟ ।
୩. ଆମେ ଏକତ୍ରିତ ସମ୍ମୁଖେ,
ଡାକରା ଶୁଣି ତୁମର ।
ପାପୀ ଥିଲୁ ଆମେ ପୁତ୍ର ଦେଇ ତୁମେ
ପ୍ରେମର ଦେଲ ପ୍ରମାଣ ।
ପ୍ରଭୁଭୋଜ ଦିଏ ଗୌରବ,
ଯୀଶୁ କଲେ ଏ ସମ୍ଭବ ।
ଚାଲୁ ଆମେ ଯେବେ,
ସଦା ତୁମ ପଥେ
ପାଇବୁ ଅନନ୍ତ ଜୀବନ ।
(ଲୂକ ୨୨:୧୪-୨୦; ୧ କରି. ୧୧:୨୩-୨୬ ମଧ୍ୟ ଦେଖନ୍ତୁ ।)