ଗୀତ ୫
ଯିହୋବାଙ୍କ ଆଶ୍ଚର୍ଯ୍ୟ କାମ
(ଗୀତସଂହିତା ୧୩୯)
୧. ମୋ ବସିବା, ଉଠିବା ଜାଣ,
ମୋ ଗମନ, ଶୟନ ବି ଜାଣ ।
ମୋ ସବୁ ଗତି ତୁମେ ଦେଖିପାର,
ମୋ ଭାବନା କରିଥାଅ
ପରିକ୍ଷଣ ।
ମୋ ଗୁପ୍ତ ରଚନା ଜାଣିଛ,
ମୋ ଅସମ୍ପୂର୍ଣ୍ଣ ପିଣ୍ଡ ଦେଖିଛ ।
ମୋ ଆକୃତି ଓ ତା ଅଂଶ ଲେଖିଛ ।
ତୁମ ବୁଦ୍ଧି ଦେଖି
ଆଶ୍ଚର୍ଯ୍ୟ ମୁଁ ହୁଏ ।
ତୁମ ଶକ୍ତିର ପ୍ରଶଂସା ମୁଁ କରେ,
ଭଲ ଭାବେ ତୁମେ ଜାଣ ମୋତେ ।
ଅନ୍ଧାର ମୋତେ ଘୋଡ଼ାଇ ରଖିଲେ,
ସେଠି ବି ମୋତେ ପାଇବ ତୁମେ ।
ତୁମ କାମ କେତେ ଅଦ୍ଭୁତ,
ଯାହା ଦେଖି ହୁଏ ମୁଁ ବିସ୍ମିତ ।
ଏଗୁଡ଼ିକୁ ଦେଖି ମିଳେ ସାହସ,
ଏହା ଦିଏ ମୋତେ
ବଳ ଓ ଉତ୍ସାହ ।
(ଗୀତ. ୬୬:୩; ୯୪:୧୯; ଯିରି. ୧୭:୧୦ ମଧ୍ୟ ଦେଖନ୍ତୁ ।)