ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯୭ ପୃଷ୍ଠା ୨୨୬-ପୃଷ୍ଠା ୨୨୭ ଅନୁଚ୍ଛେଦ ୨
  • କର୍ଣ୍ଣିଲୀୟଙ୍କୁ ପବିତ୍ର ଶକ୍ତି ମିଳିଲା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କର୍ଣ୍ଣିଲୀୟଙ୍କୁ ପବିତ୍ର ଶକ୍ତି ମିଳିଲା
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
  • ପ୍ରାୟ ସମାନ ଲେଖା
  • ପିତରଙ୍କ ଭଳି ହୁଅନ୍ତୁ, ହାର୍‌ ମାନନ୍ତୁ ନାହିଁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯୭ ପୃଷ୍ଠା ୨୨୬-ପୃଷ୍ଠା ୨୨୭ ଅନୁଚ୍ଛେଦ ୨
କର୍ଣ୍ଣିଲୀୟ ନିଜ ଘରେ ପିତରଙ୍କୁ ସ୍ୱାଗତ କରୁଛନ୍ତି

ପାଠ ୯୭

କର୍ଣ୍ଣିଲୀୟଙ୍କୁ ପବିତ୍ର ଶକ୍ତି ମିଳିଲା

କାଇସରିଆ ନାମକ ସହରରେ ଜଣେ ବଡ଼ ରୋମୀ ଅଫିସର ରହୁଥିଲେ । ତାଙ୍କ ନାମ କର୍ଣ୍ଣିଲୀୟ ଥିଲା । ସେ ଯିହୁଦୀ ନ ଥିଲେ, ତଥାପି ଯିହୁଦୀମାନେ ତାଙ୍କ ଆଦର କରୁଥିଲେ । ସେ ଗରିବମାନଙ୍କୁ ଏବଂ ଆବଶ୍ୟକ ଥିବା ଲୋକମାନଙ୍କୁ ବହୁତ ସାହାଯ୍ୟ କରୁଥିଲେ । ସେ ଯିହୋବାଙ୍କୁ ବିଶ୍ୱାସ କରୁଥିଲେ ଏବଂ ଲଗାତାର ତାଙ୍କୁ ପ୍ରାର୍ଥନା କରୁଥିଲେ । ଦିନେ କର୍ଣ୍ଣିଲୀୟଙ୍କୁ ଦର୍ଶନରେ ଜଣେ ସ୍ୱର୍ଗଦୂତ ଦେଖା ଦେଲେ । ସ୍ୱର୍ଗଦୂତ ତାଙ୍କୁ କହିଲେ, ‘ଈଶ୍ୱର ତମ ପ୍ରାର୍ଥନାଗୁଡ଼ିକ ଶୁଣିଛନ୍ତି । ଏବେ ତମେ ନିଜ ଲୋକମାନଙ୍କୁ ଯାଫୋ ସହରକୁ ପଠାଅ । ସେଠାରେ ପିତର ଅଛନ୍ତି ଏବଂ ତାଙ୍କୁ ତମ ପାଖକୁ ଆସିବା ପାଇଁ କୁହ ।’ କର୍ଣ୍ଣିଲୀୟ ଶୀଘ୍ର ତିନି ଜଣ ଲୋକଙ୍କୁ ଯାଫୋକୁ ପଠାଇଲେ ଯାହା ପ୍ରାୟ ୫୦ କିଲୋମିଟର ଦୂର ଦକ୍ଷିଣ ଆଡ଼କୁ ଥିଲା ।

ଏହି ସମୟ ମଧ୍ୟରେ ଯାଫୋରେ ପିତର ମଧ୍ୟ ଏକ ଦର୍ଶନ ଦେଖିଲେ । ସେ ଏପରି ପଶୁଗୁଡ଼ିକୁ ଦେଖିଲେ, ଯେଉଁମାନଙ୍କୁ ଖାଇବା ଯିହୁଦୀମାନଙ୍କୁ ମନା ଥିଲା । ସେ ଗୋଟିଏ ଶବ୍ଦ ଶୁଣିଲେ ଯାହା ତାଙ୍କୁ କହୁଥିଲା ଯେ ସେ ସେହି ପଶୁଗୁଡ଼ିକୁ ଖାʼନ୍ତୁ । କିନ୍ତୁ ପିତର ଏହା କହି ମନା କରିଦେଲେ, ‘ମୁଁ ଜୀବନରେ କେବେ ବି କୌଣସି ଅଶୁଦ୍ଧ ପଶୁ ଖାଇ ନାହିଁ ।’ ସେସମୟରେ ଶବ୍ଦ ତାଙ୍କୁ କହିଲା, ‘ତମେ ଏହି ପଶୁଗୁଡ଼ିକୁ ଅଶୁଦ୍ଧ କୁହ ନାହିଁ । ଈଶ୍ୱର ସେମାନଙ୍କୁ ଶୁଦ୍ଧ କରିଛନ୍ତି ।’ ପିତରଙ୍କୁ ଏହା ବି କୁହାଗଲା, ‘ତମ କବାଟରେ ତିନି ଜଣ ବ୍ୟକ୍ତି ଛିଡ଼ା ହୋଇଛନ୍ତି । ତମେ ତାଙ୍କ ସହିତ ଯାଅ ।’ ପିତର କବାଟ ପାଖକୁ ଗଲେ ଏବଂ ସେ ସେହି ଲୋକମାନଙ୍କୁ ସେମାନଙ୍କ ଆସିବାର କାରଣ ପଚାରିଲେ । ସେମାନେ କହିଲେ, ‘ଆମକୁ ଜଣେ ରୋମୀ ଅଫିସର କର୍ଣ୍ଣିଲୀୟ ପଠାଇଛନ୍ତି । ସେ ଆପଣଙ୍କୁ କାଇସରିଆରେ ନିଜ ଘରକୁ ଡାକିଛନ୍ତି ।’ ପିତର ସେମାନଙ୍କୁ କହିଲେ ଯେ ସେମାନେ ତାଙ୍କ ଅତିଥି ହୋଇ ରାତିରେ ତାଙ୍କ ଘରେ ରହନ୍ତୁ । ଆରଦିନ ସେ ସେମାନଙ୍କ ସହ କାଇସରିଆକୁ ଗଲେ । ଯାଫୋର କିଛି ଭାଇ ମଧ୍ୟ ତାଙ୍କ ସହିତ ଗଲେ ।

ଏତେ ଅପେକ୍ଷା ପରେ ଯେବେ କର୍ଣ୍ଣିଲୀୟ ପିତରଙ୍କୁ ଭେଟିଲେ ତେବେ ସେ ପିତରଙ୍କୁ ନଇଁ ପଡ଼ି ପ୍ରଣାମ କଲେ । କିନ୍ତୁ ପିତର କହିଲେ, ‘ଠିଆ ହୁଅ ! ମୁଁ ମଧ୍ୟ ଜଣେ ମନୁଷ୍ୟ । ଈଶ୍ୱର ମୋତେ ଆପଣଙ୍କ ଘରକୁ ଆସିବା ପାଇଁ କହିଲେ, ଏହା ସତ୍ତ୍ୱେ ଯେ ଯିହୁଦୀ ଅଣଯିହୁଦୀମାନଙ୍କ ଘରକୁ ଯାʼନ୍ତି ନାହିଁ । ଏବେ ମୋତେ କୁହନ୍ତୁ ଯେ ଆପଣ ମୋତେ କାହିଁକି ଡାକିଛନ୍ତି ।’

କର୍ଣ୍ଣିଲୀୟ ପିତରଙ୍କୁ କହିଲେ, ‘ଚାରି ଦିନ ପୂର୍ବେ ଯେବେ ମୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲି ତେବେ ଜଣେ ସ୍ୱର୍ଗଦୂତ ମୋତେ ଆପଣଙ୍କୁ ଏଠାକୁ ଡାକିବା ପାଇଁ କହିଲେ । ଦୟାକରି ଆମକୁ ଯିହୋବାଙ୍କ କଥାଗୁଡ଼ିକୁ ଶିଖାନ୍ତୁ ।’ ପିତର କହିଲେ, ‘ଏବେ ମୁଁ ଜାଣିଗଲି ଯେ ଈଶ୍ୱର ଭେଦଭାବ କରନ୍ତି ନାହିଁ । ଯେକେହି ତାଙ୍କ ଉପାସନା କରିବା ପାଇଁ ଚାହାନ୍ତି, ସେ ତାଙ୍କୁ ସ୍ୱୀକାର କରନ୍ତି ।’ ପିତର ସେମାନଙ୍କୁ ଯୀଶୁଙ୍କ ବିଷୟରେ ଅନେକ କଥା ଶିଖାଇଲେ । ଏହାପରେ କର୍ଣ୍ଣିଲୀୟ ଓ ତାଙ୍କ ସହ ଯେଉଁ ଲୋକମାନେ ଥିଲେ, ସେସମସ୍ତଙ୍କ ଉପରେ ପବିତ୍ର ଶକ୍ତି ଆସିଲା ଏବଂ ସେମାନେ ବାପ୍ତିସ୍ମ ନେଲେ ।

“ପ୍ରତ୍ୟେକ ଜାତିରେ ଯେକେହି ତାହାଙ୍କୁ ଭୟ କରି ଧର୍ମାଚରଣ କରେ, ସେ ଯେ ତାହାଙ୍କ ନିକଟରେ ଗ୍ରାହ୍ୟ ହୁଏ, ଏହା ମୁଁ ସତ୍ୟ ବୁଝୁଅଛି ।”—ପ୍ରେରିତ ୧୦:୩୫

ପ୍ରଶ୍ନ: ପିତର ଅଶୁଦ୍ଧ ପଶୁଗୁଡ଼ିକୁ ଖାଇବା ପାଇଁ କାହିଁକି ମନା କରିଦେଲେ ? ଯିହୋବା କାହିଁକି ପିତରଙ୍କୁ କହିଲେ ଯେ ସେ ଜଣେ ଅଣଯିହୁଦୀଙ୍କ ଘରକୁ ଯାʼନ୍ତୁ ?

ପ୍ରେରିତ ୧୦:୧-୪୮

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ