ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୯୦ ପୃଷ୍ଠା ୨୧୦
  • ଗଲ୍‌ଗଥାରେ ଯୀଶୁଙ୍କ ମୃତ୍ୟୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଗଲ୍‌ଗଥାରେ ଯୀଶୁଙ୍କ ମୃତ୍ୟୁ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୯୦ ପୃଷ୍ଠା ୨୧୦
ଯୀଶୁ କାଠରେ ଅଛନ୍ତି ଏବଂ ପାଖରେ ଜଣେ ସେନାପତି ଓ ଯୀଶୁଙ୍କ କିଛି ଶିଷ୍ୟମାନେ ଛିଡ଼ା ହୋଇଛନ୍ତି, ଯେଉଁଥିରେ ମରୀୟମ ଓ ଯୋହନ ମଧ୍ୟ ଅଛନ୍ତି

ପାଠ ୯୦

ଗଲ୍‌ଗଥାରେ ଯୀଶୁଙ୍କ ମୃତ୍ୟୁ

ପ୍ରଧାନ ଯାଜକ, ଯୀଶୁଙ୍କୁ ରାଜ୍ୟପାଳଙ୍କ ମହଲକୁ ନେଇ ଆସିଲେ । ପୀଲାତ ସେମାନଙ୍କୁ ପଚାରିଲେ, ‘ଏ ଲୋକ ବିରୁଦ୍ଧରେ ତୁମ୍ଭେମାନେ କେଉଁ ଅଭିଯୋଗ ଆଣିଛ ?’ ସେମାନେ କହିଲେ, ‘ସେ କହେ ଯେ ସେ ରାଜା ଅଟେ !’ ପୀଲାତ ଯୀଶୁଙ୍କୁ ପଚାରିଲେ, “ତୁମ୍ଭେ କି ଯିହୁଦୀମାନଙ୍କର ରାଜା ?” ଯୀଶୁ କହିଲେ, ‘ମୋର ରାଜ୍ୟ ଏହି ଜଗତର ନୁହେଁ ।’

ସେସମୟରେ ପୀଲାତ ଯୀଶୁଙ୍କୁ ଗାଲିଲୀର ରାଜା ହେରୋଦ ପାଖକୁ ପଠାଇ ଦେଲେ, ଯାହାଫଳରେ ସେ ଦେଖନ୍ତୁ ଯେ ତାଙ୍କୁ ଯୀଶୁଙ୍କଠାରେ କୌଣସି ଦୋଷ ମିଳୁଛି ନା ନାହିଁ । ହେରୋଦଙ୍କୁ ଯୀଶୁଙ୍କଠାରେ କୌଣସି ବି ଦୋଷ ମିଳିଲା ନାହିଁ, ତେଣୁ ସେ ପୁଣିଥରେ ଯୀଶୁଙ୍କୁ ପୀଲାତଙ୍କ ପାଖକୁ ପଠାଇ ଦେଲେ । ତେବେ ପୀଲାତ ଲୋକଙ୍କୁ କହିଲେ, ‘ହେରୋଦ ଆଉ ମୁଁ ଏହି ବ୍ୟକ୍ତିଠାରେ କୌଣସି ଦୋଷ ପାଇଲୁ ନାହିଁ । ତେଣୁ ମୁଁ ଏହାକୁ ଛାଡ଼ି ଦେବି ।’ କିନ୍ତୁ ଭିଡ଼ ପାଟି କରି କହିବାକୁ ଲାଗିଲା, ‘ଏହାର ହତ୍ୟା କରି ଦିଅ ! ହତ୍ୟା କରି ଦିଅ !’ ସୈନିକମାନେ ଯୀଶୁଙ୍କୁ କୋରଡ଼ାରେ ପିଟିଲେ, ତାଙ୍କ ଉପରେ ଛେପ ପକାଇଲେ ଓ ତାଙ୍କୁ ମାରିବାକୁ ଲାଗିଲେ । ସେମାନେ ତାଙ୍କ ମୁଣ୍ଡ ଉପରେ କଣ୍ଟାର ଏକ ମୁକୁଟ ରଖିଲେ ଏବଂ ତାଙ୍କୁ ଥଟ୍ଟା କରି କହିବାକୁ ଲାଗିଲେ, “ହେ ଯିହୁଦୀମାନଙ୍କ ରାଜା, ନମସ୍କାର !” ପୀଲାତ ପୁଣିଥରେ ଭିଡ଼କୁ କହିଲେ, ‘ମୁଁ ଏହି ବ୍ୟକ୍ତିଠାରେ କୌଣସି ଦୋଷ ପାଇଲି ନାହିଁ ।’ କିନ୍ତୁ ସେମାନେ ପାଟି କରି କହିବାକୁ ଲାଗିଲେ, ‘ଏହାକୁ କାଠରେ ଚଢ଼ାଇ ଦିଅ !’ ପୀଲାତ ଯୀଶୁଙ୍କୁ ମାରି ଦେବା ପାଇଁ ସୈନିକମାନଙ୍କୁ ଦେଇ ଦେଲେ ।

ସୈନିକମାନେ ତାଙ୍କୁ ଗଲ୍‌ଗଥା ନାମକ ଜାଗାକୁ ନେଇ ଆସିଲେ, ତାଙ୍କୁ ଏକ କାଠରେ କଣ୍ଟା ଦେଇ ପିଟିଲେ ଏବଂ ସେହି କାଠକୁ ସିଧା ଛିଡ଼ା କରିଦେଲେ । ତେବେ ଯୀଶୁ ପ୍ରାର୍ଥନା କଲେ, ‘ପିତା, ଏମାନଙ୍କୁ କ୍ଷମା କର, କାରଣ ଏମାନେ କʼଣ କରୁଛନ୍ତି ତାହା ଜାଣନ୍ତି ନାହିଁ ।’ ଲୋକମାନେ ଏହା କହି ଯୀଶୁଙ୍କ ଥଟ୍ଟା କରିବାକୁ ଲାଗିଲେ, ‘ଯଦି ତୁ ଈଶ୍ୱରଙ୍କ ପୁତ୍ର ଅଟୁ ତେବେ କାଠରୁ ତଳକୁ ଆସି ଯା ! ନିଜକୁ ରକ୍ଷା କର !’

ଯୀଶୁଙ୍କ ଉଭୟ ପଟେ ଜଣେ ଜଣେ ଅପରାଧୀକୁ ଟାଙ୍ଗି ଦିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଯୀଶୁଙ୍କୁ କହିଲା, “ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।” ଯୀଶୁ ତାଙ୍କୁ ପ୍ରତିଜ୍ଞା କଲେ, ‘ତୁମ୍ଭେ ମୋ ସହିତ ପାରଦୀଶରେ ଉପସ୍ଥିତ ହେବ ।’ ଦ୍ୱିପହରରେ ସାରା ଦେଶରେ ଅନ୍ଧକାର ହୋଇଗଲା ଏବଂ ଏହି ଅନ୍ଧକାର ତିନି ଘଣ୍ଟା ଯାଏ ରହିଲା । କିଛି ଶିଷ୍ୟ କାଠ ପାଖରେ ଛିଡ଼ା ହୋଇଥିଲେ । ଯୀଶୁଙ୍କ ମାଁ ମରୀୟମ ମଧ୍ୟ ଛିଡ଼ା ହୋଇଥିଲେ । ଯୀଶୁ ଯୋହନଙ୍କୁ କହିଲେ ଯେ ସେ ମରୀୟମଙ୍କୁ ନିଜ ମାଁ ଭଳି ତାଙ୍କ ଯତ୍ନ ନିଅନ୍ତୁ ।

ଶେଷରେ ଯୀଶୁ କହିଲେ, “ସମାପ୍ତ ହେଲା !” ସେ ମୁଣ୍ଡ ନୁଆଁଇ ନିଜର ଶେଷ ନିଃଶ୍ୱାସ ଛାଡ଼ିଲେ । ତାʼପରେ ଗୋଟିଏ ବଡ଼ ଭୂମିକମ୍ପ ହେଲା । ମନ୍ଦିରର ପବିତ୍ର ସ୍ଥାନ ଏବଂ ମହାପବିତ୍ର ସ୍ଥାନ ମଧ୍ୟରେ ଥିବା ପରଦା ଚିରି ଦୁଇ ଖଣ୍ଡ ହୋଇଗଲା । ଜଣେ ସେନାପତି କହିଲେ, ‘ସତରେ ସେ ଈଶ୍ୱରଙ୍କ ପୁତ୍ର ଥିଲେ ।’

‘ଯେଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା, ସେସମସ୍ତର “ହଁ” ତାହାଙ୍କଠାରେ ଅଛି ।’—୨ କରିନ୍ଥୀୟ ୧:୨୦

ପ୍ରଶ୍ନ: ପୀଲାତ କାହିଁକି ଯୀଶୁଙ୍କୁ ହତ୍ୟା କରିବା ପାଇଁ ଅନୁମତି ଦେଲେ ? ଯୀଶୁ କିପରି ଦେଖାଇଲେ ଯେ ସେ ନିଜଠୁ ଅଧିକ ଅନ୍ୟମାନଙ୍କର ଚିନ୍ତା କରନ୍ତି ?

ମାଥିଉ ୨୭:୧୧-୧୪, ୨୨-୩୧, ୩୮-୫୬; ମାର୍କ ୧୫:୨-୫, ୧୨-୧୮, ୨୫, ୨୯-୩୩, ୩୭-୩୯; ଲୂକ ୨୩:୧-୨୫, ୩୨-୪୯; ଯୋହନ ୧୮:୨୮–୧୯:୩୦

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2026 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ