ଆପଣ ଯିହୋବାଙ୍କ ଇଚ୍ଛା ପୂରଣ କରିବେ କି ?
ଆପଣ ଏହି ପୁସ୍ତିକାକୁ ପଢ଼ିବା ପାଇଁ ଏବଂ ଆମ ଅର୍ଥାତ୍ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ, ଆମର କାମ ଓ ଆମ ସଂଗଠନ ବିଷୟରେ ଜାଣିବା ପାଇଁ ସମୟ ବାହାର କଲେ, ସେଥିପାଇଁ ବହୁତ ଧନ୍ୟବାଦ । ଆମେ ଆଶା କରୁ, ଏହି ପୁସ୍ତିକାରୁ ଆପଣ ଜାଣିପାରିଥିବେ ଯେ ଆମେ ଯିହୋବାଙ୍କ ସାକ୍ଷୀ ହିଁ ଆଜି ଯିହୋବାଙ୍କ ଇଚ୍ଛା ପୂରଣ କରୁଛୁ । ଆପଣଙ୍କୁ ଉତ୍ସାହିତ କରୁଛୁ ଯେ ଈଶ୍ୱରଙ୍କ ଜ୍ଞାନ ନେବା ଜାରି ରଖନ୍ତୁ । ଆପଣ ଯାହା ଶିଖୁଛନ୍ତି, ତାକୁ ନିଜ ପରିବାରର ସଦସ୍ୟଙ୍କୁ ଏବଂ ନିଜ ସାଙ୍ଗସାଥୀଙ୍କୁ କହନ୍ତୁ । ଏହା ସହିତ, ଖ୍ରୀଷ୍ଟିୟାନ ସଭାଗୁଡ଼ିକରେ ନିୟମିତ ଭାବେ ଆମ ସହିତ ସଙ୍ଗତି କରିବା ଜାରି ରଖନ୍ତୁ ।—ଏବ୍ରୀ ୧୦:୨୩-୨୫.
ଆପଣ ଯେତେ ବେଶି ଯିହୋବାଙ୍କ ବିଷୟରେ ଶିଖିବେ, ସେତେ ବେଶି ନିଶ୍ଚିତ ହେବେ ଯେ ଆପଣଙ୍କୁ ସେ ପ୍ରକୃତରେ ବହୁତ ପ୍ରେମ କରନ୍ତି । ଏହାଦ୍ୱାରା ଆପଣ ତାଙ୍କ ପ୍ରତି ନିଜ ପ୍ରେମ ଦେଖାଇବା ପାଇଁ ହୃଦୟର ସହିତ ଚେଷ୍ଟା କରିବେ । (୧ ଯୋହନ ୪:୮-୧୦, ୧୯) କିନ୍ତୁ ଆପଣ ନିଜ ଦୈନନ୍ଦିନ ଜୀବନରେ କିପରି ଈଶ୍ୱରଙ୍କ ପ୍ରତି ନିଜ ପ୍ରେମ ଦେଖାଇପାରିବେ ? ତାଙ୍କ ନୈତିକ ସ୍ତରଗୁଡ଼ିକୁ ମାନିବା ଦ୍ୱାରା କାହିଁକି ଆପଣଙ୍କ ଲାଭ ହୁଏ ? ଏବଂ ଏପରି କʼଣ ଆପଣଙ୍କୁ ସାହାଯ୍ୟ କରିବ, ଯାହାଦ୍ୱାରା ଆପଣ ଆମ ସହିତ ମିଶି ଈଶ୍ୱରଙ୍କ ଇଚ୍ଛା ପୂରଣ କରିପାରିବେ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ନିଜ ବାଇବଲ ଶିକ୍ଷକଙ୍କ ସାହାଯ୍ୟ ନିଅନ୍ତୁ । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ‘ଅନନ୍ତ ଜୀବନ ନିମନ୍ତେ ଈଶ୍ୱରଙ୍କ ପ୍ରେମରେ ଆପଣାମାନଙ୍କୁ ସ୍ଥିର କରି ରଖିପାରିବେ ।’—ଯିହୂଦା ୨୧.
ଆମେ ହୃଦୟର ସହିତ ଚାହୁଁ ଯେ ଆପଣ ସତ୍ୟରେ ଉନ୍ନତି କରି ଚାଲନ୍ତୁ । ଏହା ପାଇଁ ଏହି ପରବର୍ତ୍ତୀ ବହି ଆପଣଙ୍କୁ ସାହାଯ୍ୟ କରିବ— “ବାଇବଲର ବାର୍ତ୍ତା ଆପଣଙ୍କ ନିମନ୍ତେ”