ପାଠ ୨୩
ଆମ ପ୍ରକାଶନଗୁଡ଼ିକୁ କିପରି ଲେଖା ଏବଂ ଅନୁବାଦ କରାଯାଏ ?
ଲିଖନ ବିଭାଗ, ଆମେରିକା
ଦକ୍ଷିଣ କୋରିଆ
ଆର୍ମିନିଆ
ବୁରୁଣ୍ଡି
ଶ୍ରୀଲଙ୍କା
“ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ” “ସୁସମାଚାର” ପ୍ରଚାର କରିବା ପାଇଁ ଆମେ ଯଥାଚେଷ୍ଟା କରିଥାଉ । ସେଥିପାଇଁ ଆମେ ୭୫୦ରୁ ଅଧିକ ଭାଷାରେ ପ୍ରକାଶନଗୁଡ଼ିକୁ ପ୍ରସ୍ତୁତ କରିଥାଉ । (ପ୍ରକାଶିତ ବାକ୍ୟ ୧୪:୬) ଆମେ ଏହି କଷ୍ଟକର କାମକୁ କିପରି କରିପାରୁ ? ପୃଥିବୀର ବିଭିନ୍ନ ଦେଶରେ ରହୁଥିବା ସମର୍ପିତ ଲେଖକ ଓ ଅନୁବାଦକମାନଙ୍କ ଏକ ସମୂହ ଏହି କାମରେ ଆମକୁ ସାହାଯ୍ୟ କରନ୍ତି । ଏମାନେ ସମସ୍ତେ ଯିହୋବାଙ୍କ ସାକ୍ଷୀ ଅଟନ୍ତି ।
ପ୍ରକାଶନଗୁଡ଼ିକୁ ସର୍ବପ୍ରଥମେ ଇଂରାଜୀରେ ପ୍ରସ୍ତୁତ କରାଯାଏ । ପ୍ରଶାସନ ଦଳ ଲିଖନ ବିଭାଗର କାମକୁ ଦେଖାଶୁଣା କରେ । ଏହି ବିଭାଗ ଆମ ବିଶ୍ୱ ପ୍ରଶାସନିକ କେନ୍ଦ୍ରରେ ଅଛି । କେଉଁ ଲେଖକକୁ କେଉଁ ବିଷୟରେ ଲେଖିବା ପାଇଁ କୁହାଯିବ, ଏହି ବିଭାଗ ସ୍ଥିର କରେ । କିଛି ଲେଖକ ବିଶ୍ୱ ପ୍ରଶାସନିକ କେନ୍ଦ୍ରରେ ଏବଂ ଆଉ କିଛି ଶାଖା କାର୍ଯ୍ୟାଳୟଗୁଡ଼ିକରେ ସେବା କରନ୍ତି । ଆମ ଲେଖକମାନେ ଭିନ୍ନ ଭିନ୍ନ ଦେଶର ଅଟନ୍ତି । ସେଥିପାଇଁ ଆମେ ଏପରି ବିଷୟଗୁଡ଼ିକ ଉପରେ ଲେଖିପାରୁ, ଯାହା ପ୍ରତ୍ୟେକ ସଂସ୍କୃତି, ଦେଶ ଏବଂ ଭାଷାର ଲୋକମାନଙ୍କ ହୃଦୟକୁ ସ୍ପର୍ଶ କରିଥାଏ ।
ପ୍ରକାଶନଗୁଡ଼ିକୁ ଅନୁବାଦକମାନଙ୍କ ପାଖକୁ ପଠାଯାଏ । ପ୍ରକାଶନଗୁଡ଼ିକ ପ୍ରସ୍ତୁତ ହେବା ପରେ ତାକୁ ପଢ଼ାଯାଏ, ତାʼପରେ ସେଥିରେ ଜରୁରୀ ସଂଶୋଧନ କରାଯାଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ମଞ୍ଜୁରି ଦିଆଯାଏ । ଏହା ପରେ ତାକୁ କମ୍ପ୍ୟୁଟର ସାହାଯ୍ୟରେ ଭିନ୍ନ ଭିନ୍ନ ଅଞ୍ଚଳରେ ଥିବା ଅନୁବାଦ ଦଳଗୁଡ଼ିକୁ ପଠାଯାଏ, ଯେଉଁମାନେ ତାକୁ ନିଜ ଭାଷାରେ ଅନୁବାଦ କରନ୍ତି । ସେମାନେ ସବୁବେଳେ ସଠିକ୍ ଶବ୍ଦଗୁଡ଼ିକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରିଥାʼନ୍ତି, ଯାହାଦ୍ୱାରା ଇଂରାଜୀରେ କୁହାଯାଇଥିବା ବିଷୟର ସମ୍ପୂର୍ଣ୍ଣ ଅର୍ଥ ନିଜ ଭାଷାରେ ଦେଇପାରନ୍ତି ।—ଉପଦେଶକ ୧୨:୧୦.
କମ୍ପ୍ୟୁଟର ସାହାଯ୍ୟରେ କାମ ଶୀଘ୍ର ହୁଏ । କମ୍ପ୍ୟୁଟର କେବେ ମଧ୍ୟ ମଣିଷ ଭଳି ଲେଖି ଏବଂ ଅନୁବାଦ କରିପାରିବ ନାହିଁ । କିନ୍ତୁ ଏହା ସେମାନଙ୍କ କାମକୁ ନିଶ୍ଚୟ ସରଳ କରିଦିଏ । କାରଣ ଏଥିରେ ଗବେଷଣା କରିବା ପାଇଁ ଅନେକ ପ୍ରୋଗ୍ରାମ୍ ଏବଂ ଶବ୍ଦକୋଷ ଥାଏ, ଯାହା ସାହାଯ୍ୟରେ ସେମାନେ ଏହି କାମ ଶୀଘ୍ର କରିପାରନ୍ତି । ଯିହୋବାଙ୍କ ସାକ୍ଷୀମାନେ ମଲ୍ଟିଲାଙ୍ଗୁଏଜ୍ ଇଲେକ୍ଟ୍ରୋନିକ୍ ପବ୍ଲିସିଙ୍ଗ୍ ସିଷ୍ଟମ୍ (MEPS) ନାମକ ଏକ କମ୍ପ୍ୟୁଟର ପ୍ରୋଗ୍ରାମ୍ ପ୍ରସ୍ତୁତ କରିଛନ୍ତି । ଏହି ପ୍ରୋଗ୍ରାମ୍ ସାହାଯ୍ୟରେ ପ୍ରକାଶନଗୁଡ଼ିକୁ ଶହ ଶହ ଭାଷାରେ ଟାଇପ୍ କରିପାରନ୍ତି, ଚିତ୍ରଗୁଡ଼ିକୁ ସୁନ୍ଦର ଭାବରେ ବସାଇପାରନ୍ତି ଏବଂ ତାକୁ ଛାପିବା ପାଇଁ ପ୍ରସ୍ତୁତ କରିପାରନ୍ତି ।
ଆମେ ଏତେ ପରିଶ୍ରମ କାହିଁକି କରୁ, ଏପରିକି ସେହି ଭାଷାଗୁଡ଼ିକ ପାଇଁ ମଧ୍ୟ ଯେଉଁଗୁଡ଼ିକୁ ମାତ୍ର କିଛି ହଜାର ଲୋକ କହନ୍ତି ? କାରଣ ଏହା ଯିହୋବାଙ୍କ ଇଚ୍ଛା ଯେ “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି ।”—୧ ତୀମଥି ୨:୩, ୪.
ଆମ ପ୍ରକାଶନଗୁଡ଼ିକୁ ଲେଖିବାରେ କʼଣ କʼଣ ସାମିଲ୍ ଅଛି ?
ଆମେ ଏତେଗୁଡ଼ିଏ ଭାଷାରେ ଆମ ପ୍ରକାଶନଗୁଡ଼ିକର ଅନୁବାଦ କାହିଁକି କରିଥାଉ ?