ଉପକ୍ରମ
ଈଶ୍ୱର ଜଣେ ପ୍ରେମମୟୀ ପିତା ସଦୃଶ। ୧ ପିତର ୫:୬, ୭
ଈଶ୍ୱର ଆମର ସୃଷ୍ଟିକର୍ତ୍ତା ଓ ସେ ଆମମାନଙ୍କର ଯତ୍ନ ନିଅନ୍ତି। ଯେମିତି ଜଣେ ବୁଦ୍ଧିମାନ ଓ ପ୍ରେମମୟ ପିତା ନିଜ ପିଲାମାନଙ୍କୁ ଉଚିତ ନିର୍ଦ୍ଦେଶନା ଦିଅନ୍ତି, ଠିକ୍ ସେହି ଭଳି ଈଶ୍ୱର ଆଜି ଉତ୍ତମ ଜୀବନ ପାଇବା ପାଇଁ ଲୋକଙ୍କୁ ସବୁଜାଗାରେ ଶିକ୍ଷା ଦେଉଛନ୍ତି।
ଈଶ୍ୱର ଏହି ବହୁମୂଲ୍ୟ ସତ୍ୟକୁ ପ୍ରକାଶ କରୁଛନ୍ତି, ଯାହା ଆମକୁ ଖୁସୀ ଏବଂ ଆଶା ଦେଇଥାଏ।
ଯଦି ଆପଣ ଈଶ୍ୱରଙ୍କ କଥା ଶୁଣନ୍ତି ତେବେ ସେ ଆପଣଙ୍କ ପଥପ୍ରଦର୍ଶକ ଏବଂ ସୁରକ୍ଷାଦାତା ହେବେ। ଏହା ସହିତ ସେ ଆପଣଙ୍କୁ ସମସ୍ୟାର ସମାଧାନ କରିବାକୁ ମଧ୍ୟ ସାହାଯ୍ୟ କରିବେ।
କେବଳ ଏତିକି ନୁହଁ—ଆପଣ ଅନନ୍ତ ଜୀବନ ପାଇବେ।