ଭାଗ ୧୪
ଆପଣ ଯିହୋବାଙ୍କୁ ନିଜ ବିଶ୍ୱସ୍ତତା କିପରି ଦେଖାଇ ପାରିବେ?
ଯିହୋବାଙ୍କ ପକ୍ଷରେ ସ୍ଥିର ରୁହନ୍ତୁ। ୧ ପିତର ୫:୬-୯
ଯେଉଁ ଯେଉଁ ପ୍ରଥାଗୁଡ଼ିକ ବାଇବଲର ଅନୁସାରେ ନୁହେଁ ତାହା ପାଳନ କରନ୍ତୁ ନାହିଁ। ନିଶ୍ଚିତରୂପେ ଏହା କରିବା ସହଜ ନୁହେଁ।
ଦେଶର ରାଜନୀତିରେ ଭାଗ ନିଅନ୍ତୁ ନାହିଁ। ଏହା ଯିହୋବା ଓ ତାʼଙ୍କ ରାଜ୍ୟକୁ ସମର୍ଥନ କରି ନ ଥାଏ।
ଈଶ୍ୱରଙ୍କ କଥା ଶୁଣନ୍ତୁ ଏବଂ ସଠିକ୍ ନିର୍ଣ୍ଣୟ ନିଅନ୍ତୁ। ମାଥିଉ ୭:୨୪, ୨୫
ଯିହୋବାଙ୍କ ସାକ୍ଷୀମାନଙ୍କ ସାହାଯ୍ୟ ନିଅନ୍ତୁ। ସେମାନେ ଆପଣଙ୍କୁ ଯିହୋବାଙ୍କ ବିଷୟରେ ଅଧିକ ଜାଣିବାକୁ ସାହାଯ୍ୟ କରିବେ।
ଈଶ୍ୱରଙ୍କ ବିଷୟରେ ଶିଖିବା ଜାରି ରଖନ୍ତୁ ଓ ତାହାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ଚେଷ୍ଟା କରନ୍ତୁ।
ଆପଣଙ୍କର ବିଶ୍ୱାସ ମଜବୁତ ହେଲା ପରେ, ଆପଣ ନିଜ ଜୀବନକୁ ଯିହୋବାଙ୍କଠାରେ ସମର୍ପଣ କରି, ବାପ୍ତିସ୍ମ ନେବା ଉଚିତ୍।—ମାଥିଉ ୨୮:୧୯.
ଯିହୋବାଙ୍କର କଥା ଶୁଣନ୍ତୁ। ବାଇବଲ ପଢ଼ନ୍ତୁ ଓ ଏହା ବୁଝିବା ପାଇଁ ଯିହୋବାଙ୍କ ସାକ୍ଷୀମାନଙ୍କର ସାହାଯ୍ୟ ନିଅନ୍ତୁ। ଏହା ସହିତ ଶିଖିଥିବା ବିଷୟଗୁଡ଼ିକୁ ଜୀବନରେ ଲାଗୁକରନ୍ତୁ। ଏପରି କଲେ ଆପଣ ଅନନ୍ତ ଜୀବନ ପାଇ ପାରିବେ।—ଗୀତସଂହିତା ୩୭:୨୯.